ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ  : ପ୍ରବଳ ବର୍ଷିବ

Published: Oct 12, 2020, 5:44 pm IST

ଭୁବନେଶ୍ବର : ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବିଶାଖାପାଟଣାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ 250 କିମି ଦୂରରେ ରହିଛି । କାଲି ସକାଳେ କାକିନାଡା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଅତିକ୍ରମ ବେଳେ ପବନର ବେଗ 55ରୁ 60 କିମି ରହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 13 ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ  ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପ୍ରଭାବରେ କଟକ ଓ ଭୁବନେଶ୍ବରରେ ବି ଆଜି ଓ କାଲି ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Related posts