60 ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା: ଗତ 24 ଘଣ୍ଟାରେ 55 ହଜାର 342 ଆକ୍ରାନ୍ତ ଚିହ୍ନଟ

Published: Oct 13, 2020, 10:03 am IST

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ପ୍ରାୟ ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରୁ କମ୍‌ ରହିଛି। ଗତ24 ଘଣ୍ଟାରେ ସାରା ଦେଶରୁ 55 ହଜାର 342 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 706ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 71ଲକ୍ଷ 75 ହଜାର 881କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସର୍ବମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 856ରେ ପହଞ୍ଚିଛି। ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢି ଚାଲିଛି। ଏବେସୁଦ୍ଧା ଦେଶରେ 62 ଲକ୍ଷ 27 ହଜାର 296ଜଣ ସୁସ୍ଥ ହୋଇଥିବାବେଳେ 8 ଲକ୍ଷ 38 ହଜାର 729ଟି ସକ୍ରିୟ ମାମଲା ରହିଛି।

Related posts