ମୋବାଇଲ ବିକିରଣରୁ ରକ୍ଷା କରିବ ଗୋବର ଚିପ୍

Published: Oct 13, 2020, 1:02 pm IST

ନୂଆଦିଲ୍ଲୀ : ଗାଇ ଗୋବରରୁ ନିର୍ମିତ ଚିପ୍ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏସନ୍‌) ଦାଉରୁ ସୁରକ୍ଷା ଦେବ । ଏଭଳି ଯୁକ୍ତି ଉପସ୍ଥାପନ କରିଛନ୍ତି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଚେୟାରମ୍ୟାନ ବଲ୍ଲଭଭାଇ କାଠିରିଆ ପ୍ରକାଶ କରିଛନ୍ତି । ଗାଇ ଗୋବରର ଅନେକ ଫାଇଦା ରହିଥାଏ । ମୋବାଇଲରୁ ସୃଷ୍ଟି ହେଉଥିବା ବିକିରଣକୁ ରୋକିବାରେ ଗୋବର ସକ୍ଷମ ବୋଲି ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ବୋଲି କାଠିରିଆ ପ୍ରକାଶ କରିଛନ୍ତି । ମୋବାଇଲ ବିକିରଣରୁ ରକ୍ଷା କରୁଥିବା ଏହି କବଚର ନାମ ଗୌସତ୍ୱ କବଚ ରଖାଯାଇଛି । ଏହି ଚିପ୍ ରାଜକୋଟରେ ଅବସ୍ଥିତ ଶ୍ରୀଜି ଗୋଶାଳାରେ ନିର୍ମାଣ କରାଯାଉଛି । ଏହା ସହିତ କାମଧେନୁ ଦୀପାବଳି ଅଭିଯାନ କରାଯାଉଛି । ଦୀପାବଳି ଅବସରରେ କେବଳ ଭାରତୀୟ ଉତ୍ପାଦ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଏହି ମିଶନର ଲକ୍ଷ୍ୟ ବୋଲି କାଠିରିଆ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କାମଧେନୁ ଆୟୋଗ ମତ୍ସ୍ୟ ଓ ପଶୁପାଳନ ବିଭାଗ ଅଧୀନରେ କାର୍ଯ୍ୟ କରିଥାଏ । (ଏଜେନ୍ସି)

Related posts