Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନ ଶିକ୍ଷକ: ଭାରପ୍ରାପ୍ତ ଛାଡୁ ନାହାଁନ୍ତି ପଦ
ଆଜିର ଖବର

ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନ ଶିକ୍ଷକ: ଭାରପ୍ରାପ୍ତ ଛାଡୁ ନାହାଁନ୍ତି ପଦ

October 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଏକ ବିଦ୍ୟାଳୟରେ ନଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସୂଚନାନୁଯାୟୀ ଏ ବିଷୟରେ ଦୁଇ ଥର ଅଭିଯୋଗ କରାଯାଇଥିଲେ ବି ଶିକ୍ଷା ଅଧିକାରିଣୀଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ କଟକ ଜିଲ୍ଲାର ଶତାଧିକ ବିଦ୍ୟାଳୟ ଥିଲା। ଦ୍ଵୈତ ଶାସନ ବ୍ୟବସ୍ଥା ଲାଗି ଶିକ୍ଷା ବ୍ୟବସ୍ଥା ଅବହେଳିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ଜିଲ୍ଲାର ଯେଉଁ ବିଦ୍ୟାଳୟ ଗୁଡିକ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ଥିଲା ତାକୁ କଟକ ଶିକ୍ଷା ମଣ୍ଡଳାଧୀଶଙ୍କ ଅଧିନକୁ ଆଣିବାକୁ ତା.୨୯/୦୬/୧୯ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଯେଉଁମାନେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ରହିବେ ସେମାନେ ଦରଖାସ୍ତ ମାଧ୍ୟମରେ ଜଣାଇବାକୁ କୁହାଯାଇଥିଲା। ଯେଉଁମାନେ ଦରଖାସ୍ତ କରିଥିଲେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ବଦଳୀି କରାଯାଇଥିଲା।

ସେହିକ୍ରମରେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ପତ୍ର ସଂଖ୍ୟା ୩୨୯୧ ତା.୧୩/୦୩/୧୯ରେ ୨୮ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ମଣ୍ଡଳାଧିଶଙ୍କ ନିର୍ଦ୍ଦେଶିତ ଏହି ପତ୍ରର କ୍ରମିକ ନଂ ୧୮ ଥିବା ଶିର୍ଲୋ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ (୩ୟ ବର୍ଗର ଶିକ୍ଷକ)ଙ୍କୁ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଗଲା। କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ୟ ବର୍ଗର ଶିକ୍ଷକ ନଥିବାରୁ ସହକାରୀ ଶିକ୍ଷକ ରବି ନାରାୟଣ ତା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଉଥିଲେ। ମାତ୍ର ଦେବେନ୍ଦ୍ର ନାଥ ସାହୁ ୩ୟ ବର୍ଗର ଶିକ୍ଷକ ୧୩/୦୩/୧୯ ଅପରାହ୍ନରେ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦାନ କଲେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ତା ୯ ମାସ ପରେ ବି ଦାୟିତ୍ଵ ଦେଇ ନାହାଁନ୍ତି। ଏ ବିଷୟରେ ୩ୟ ବର୍ଗର ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ ବହୁ ବାର ମୌଖିକ ଓ ଦୁଇ ଥର ଲିଖିତ ଭାବରେ ଜଣାଇଲେ ବି ଶିକ୍ଷା ଅଧିକାରିଣୀ ରାଜ୍ୟଶ୍ରୀ ସାହୁ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯ ମାସ ଧରି ସରକାରୀ ନିୟମକୁ ଫୁ କରି ଚାଲିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କିପରି ପ୍ରତି ମାସରେ ଦରମା ପ୍ରଦାନ କରାଯାଉଛି, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋରଦାର ହେଉଛି।

ପ୍ରଧାନ ଶିକ୍ଷକ ରଘୁନାଥପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Latest News

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.