ସିଡିପିଓଙ୍କ ବଦଳି ଦାବିରେ ଅନଶନ ଓ ଧାରଣା

Published: Oct 14, 2020, 9:54 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର କାର୍ଯ୍ୟରତ ଆଇସିଡିଏସର ସିଡିପିଓ ଶ୍ରୀମତୀ ଦୀପ୍ତିମୟୀ ମାର୍ଗରେଟ ଖଣ୍ଡପାଣିଙ୍କ ବଦଳି ଦାବିରେ ଅନଶନ ଓ ଧାରଣା ଦିଆଯାଇଛି। ମନମୁଖୀ କାର୍ଯ୍ୟ ଓ ବେଆଇନ କାମ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଶିବ ଶକ୍ତି ମହାସଂଘ ଓ ସେବାକାରି କିନ୍ନର ମହାସଂଘ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସିଡିପିଓଙ୍କ ବଦଳି ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଓ ଧାରଣା ଦିଆଯାଇଛି। ପ୍ରଥମେ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏଠାରେ କାର୍ଯ୍ୟରତ ସିଡିପିଓ ଦୀର୍ଘ ୭ ବର୍ଷ ରୁ ଉର୍ଦ୍ଧ୍ଵଦିନ ଗୋଟିଏ ସ୍ଥାନରେ ରହିବା ନିୟମ ନ ଥିବା ବେଳେ ସେ ଗୋଟିଏ ସ୍ଥାନରେ ରହିଆସିଛନ୍ତି। ତେଣୁ ସେ ମନମୁଖୀ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ତା ସହିତ ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ନିଜ ମନ ମୁତାବକ ବିନା ସୂଚନା ରେ ସଂଘ ପରିବର୍ତ୍ତନ କରିବାରେ ସିଡିପିଓ ଙ୍କ ହାତ ଥିବା ମଧ୍ୟ ଅଭିଯୋଗ ହେବା ସହ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ସଡିପିଓ ଙ୍କୁ ତୁରନ୍ତ ବଦଳି ଦାବି ହେଉଛି।

Related posts