ମାଲକାନଗିରି : ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବାର ସୂଚନା ରହିଛି । ମାଲକାନଗିରି କଚେଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ଖାଦ୍ୟ ବିଷାକ୍ତ ହେବା କାରଣରୁ ତିନି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ମୃତ ତିନିଜଣଙ୍କ ମଧ୍ୟରେ 2 ଭଉଣୀ ଥିବାବେଳେ ଜଣେ ଭାଇ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 12 , 7 ଓ 3 ବର୍ଷ ବୋଲି ସୂଚନା ରହିଛି। ମାଆ ଓ ଆଉ ଜଣେ ଭଉଣୀ ଗୁରୁତର ରହିଛନ୍ତି । ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ କିଭଳି କେଉଁ ପରିସ୍ଥିତିରେ ଗୋଟିଏ ପରିବାରରେ ତିନିଜଣ ପିଲାଙ୍କର ମୃତ୍ୟୁ ହୋଇଛି ସେନେଇ ତଥ୍ୟ ସଂଗ୍ରହ କରିବାକୁ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚିଥିବାର ସୂଚନା ରହିଛି
Tags: ବିଷାକ୍ତ ଖାଦ୍ୟ