ବିଷାକ୍ତ ଖାଦ୍ୟ ଯୋଗୁଁ ତିନି ଭାଇ ଭଉଣୀ ମୃତ: ଦୁଇ ଗୁରୁତର

Published: Oct 15, 2020, 11:08 am IST

ମାଲକାନଗିରି : ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବାର ସୂଚନା ରହିଛି । ମାଲକାନଗିରି କଚେଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ଖାଦ୍ୟ ବିଷାକ୍ତ ହେବା କାରଣରୁ ତିନି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ମୃତ ତିନିଜଣଙ୍କ ମଧ୍ୟରେ 2 ଭଉଣୀ ଥିବାବେଳେ ଜଣେ ଭାଇ ରହିଛନ୍ତି ।  ସେମାନଙ୍କ ବୟସ ଯଥାକ୍ରମେ  12 , 7 ଓ 3 ବର୍ଷ ବୋଲି ସୂଚନା ରହିଛି।  ମାଆ ଓ ଆଉ ଜଣେ ଭଉଣୀ ଗୁରୁତର ରହିଛନ୍ତି । ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।  ତେବେ କିଭଳି କେଉଁ ପରିସ୍ଥିତିରେ ଗୋଟିଏ ପରିବାରରେ ତିନିଜଣ ପିଲାଙ୍କର ମୃତ୍ୟୁ ହୋଇଛି ସେନେଇ ତଥ୍ୟ ସଂଗ୍ରହ କରିବାକୁ ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚିଥିବାର ସୂଚନା ରହିଛି

Related posts