ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

Published: Oct 15, 2020, 5:59 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା : ବେଗୁନିଆପଡା ବ୍ଲକରେ ତେଜିଲା ରାଜନୀତି । ବେଗୁନିଆପଡ଼ା ବ୍ଳକ ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ।  ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି

୧୦ ଜଣ ୱାର୍ଡ ସଭ୍ଯ /ସଭ୍ଯା।ଗୁରୁବାର ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବୁ ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଦିଆଯାଇଛି। ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର କରିବା ସହ ପ୍ରିୟା ପ୍ରତି ପୋଷଣ ନୀତି ଅବଲମ୍ବନ କରୁଛନ୍ତି। ରାସନ୍ କାର୍ଡରେ ନିଜ ଲୋକଙ୍କୁ କାର୍ଡ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଯେ କୌଣସି ଉନ୍ନୟନ କାର୍ଯ୍ୟରେ କୌଣସି ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କୁ ଅବଗତ  ନକରିବା ଏବଂ ମନମୁଖୀ କାର୍ଯ୍ଯ କରିବା, କୋଭିଡ୍ ୧୯ କଟକଣା ସମୟରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବା, ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର କରିବା ଭଳି ବହୁ ସଂଗୀନ ଅଭିଯୋଗ ଆଣି ସଭ୍ଯ ସଭ୍ଯା ମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଉପଜିଲ୍ଲାପାଳ ଏହି ଅନାସ୍ଥା ସମ୍ବନ୍ଧୀୟ ପତ୍ରକୁ ରଖି ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।

Related posts