ହେଲୋ ନବୀନ ଜୀ, ମୁଁ ନରେନ୍ଦ୍ର ମୋଦୀ କହୁଛି, ଜନ୍ମଦିନର ଅନେକ ଶୁଭେଚ୍ଛା

Published: Oct 16, 2020, 10:25 am IST

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହିଁଚିବାରେ ଲାଗିଛି।

ତେବେ ଖୋଦ ପ୍ରଧାନମନ୍ତ୍ରୀ ଆଜି ନବୀନଙ୍କୁ ସକାଳୁ ସକାଳୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେତିକି ନୁହେଁ ମୋଦୀ ତାଙ୍କ ଟୁଇଟରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ସହ ଦୀର୍ଘାୟୁ ସହିତ ନିରାମୟ ଜୀବନ କାମନା କରିଛନ୍ତି।

Related posts