
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହର ସଂଲଗ୍ନ ଲାଞ୍ଜିପଲ୍ଲୀ-ଆଙ୍କୁଲି ରାସ୍ତାରେ ଥିବା ରୋଲାଣ୍ଡ କଲେଜ ସମ୍ମୁଖରୁ ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ ଶାନ୍ତି ପ୍ରସାଦ ବେହେରା ଘରୁ ଅଫିସକୁ ଆସୁଥିବାବେଳେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଦେଖି କ’ଣ ହୋଇଛି ପଚାରି ସାପଟି ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍ପ୍ ଲାଇନ୍ ସହ ଯୋଗାଯୋଗ କରିବା ପରେ ସଦସ୍ୟ ସ୍ୱାଧୀନ କୁମାର ସାହୁ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାକୁ ବନବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଂଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି।