Categories
ଆଞ୍ଚଳିକ

ଆହତ ହରିଣକୁ ଉଦ୍ଧାର କଲେ ବନ ବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଚାରମାଳ ବନାଂଚଳ ସାନମୁଗପାଳ ଗ୍ରାମ ଜଙ୍ଗଲରୁ ୨ ବର୍ଷର ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ବନାଂଚଳ ସାନମୁଗପାଳ ଗ୍ରାମ ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବସୀ ବନ ବିଭାଗକୁ ଖବର ଦେଇଥିଲେ। ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜ ଅଧିକାରୀ ଦର୍ଶନୀୟା ଭୋଇ ପହଂଚି ଆହତ ହରିଣକୁ ପ୍ରାଥମିକ ଚିକିତ୍ସା କରିଥିଲେ।

ପ୍ରାଣୀଚିକିତ୍ସକ ପ୍ରଦୀପ କୁମାର ସାହୁ ହରିଣର ଚିକିତ୍ସା କରିଥିଲେ। ହରିଣର ଗୋଡ଼ରେ କ୍ଷତ ରହିଛି। ହରିଣଟି ସୁସ୍ଥ ଥିବା ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।  ହରିଣଟିକୁ ବୁଲା କୁକୁର କାମୁଡ଼ିଥିବା ଅନୁମାନ କରଯାଉଛି।

Categories
ଆଞ୍ଚଳିକ

କାଳୁପଡ଼ା ବଜାରରୁ ଗୁରୁତର ଅବସ୍ଥାରେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ।

ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି।

ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ ସୁସ୍ଥ ହେବା ଯାଏଁ  ଜୟ ଜଗନ୍ନାଥ ସଂଗଠନ, କଟକ ବ୍ରହ୍ମପୁର ଶାଖା ପକ୍ଷରୁ ସମସ୍ତ ଖର୍ଚ୍ଚ ଭରଣ କରାଯିବ ବୋଲି ସଙ୍ଘର ସଭାପତି ଶିଵ ଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ମହତ୍ତ କାର୍ଯ୍ୟରେ ସ୍ଥାନୀୟ ଯୁବକ ବିନୁ ଦାସ, ବାଇନ ଶ୍ରୀଚନ୍ଦନ, ଦୀପକ ନାଥ, ଦେଵ ସେଠୀ, ଅଜୟ ମହାନ୍ତି, ଶକ୍ତି ଆଚାର୍ଯ୍ୟ ଏବଂ ନିଲୁ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବା ସହ ରୋଗୀଟିର ଦୃତ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ରୋଲାଣ୍ଡ କଲେଜ ସମ୍ମୁଖରୁ ୭ ଫୁଟର ଅଜଗର ସାପ ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହର ସଂଲଗ୍ନ ଲାଞ୍ଜିପଲ୍ଲୀ-ଆଙ୍କୁଲି ରାସ୍ତାରେ ଥିବା ରୋଲାଣ୍ଡ କଲେଜ ସମ୍ମୁଖରୁ ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ ଶାନ୍ତି ପ୍ରସାଦ ବେହେରା ଘରୁ ଅଫିସକୁ ଆସୁଥିବାବେଳେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଦେଖି କ’ଣ ହୋଇଛି ପଚାରି ସାପଟି ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍‌ପ୍ ଲାଇନ୍ ସହ ଯୋଗାଯୋଗ କରିବା ପରେ ସଦସ୍ୟ ସ୍ୱାଧୀନ କୁମାର ସାହୁ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାକୁ ବନବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଂଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି।