ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1121କୁ ବୃଦ୍ଧି

Published: Oct 17, 2020, 11:35 am IST

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଖୋର୍ଦ୍ଧରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ 2 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଅନୁଗୁଳ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, କେଉଁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାଉରକେଲା, ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1121କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ତିନିଜଣ ରହିଛନ୍ତି । ଭୁବନେଶ୍ବରରୁ ଦୁଇ ମହିଳାଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ମହିଳା ଆକ୍ରାନ୍ତଙ୍କର ବୟସ ଯଥାକ୍ରମେ 57 ଓ 73 । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ହେଉଛନ୍ତି 70 ବର୍ଷୀୟ ପୁରୁଷ, 76 ବର୍ଷୀୟପୁରୁଷ । ସେହିପରି ଖୋର୍ଦ୍ଧାରୁ 37 ବର୍ଷୀୟା ମହିଳା ମୃତ୍ୟୁବରଣ କରିଛନ୍ତି । କଟକରୁ 65 ବର୍ଷୀୟା ମହିଳା  ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମୃତକଙ୍କ ବୟସ 49 ବର୍ଷ ।

ସେହିପରି ଅନୁଗୁଳରୁ 56 ବର୍ଷୀୟ ପୁରୁଷ, ବାଲେଶ୍ବରରୁ 69 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 79 ବର୍ଷୀୟ ପୁରୁଷ, କନ୍ଧମାଳରୁ 53 ବର୍ଷୀୟ ପୁରୁଷ, କେଉଁଝରରୁ 74 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 58 ବର୍ଷୀୟ ପୁରୁଷ, ନୟାଗଡରୁ 66 ବର୍ଷୀୟପୁରୁଷ, ପୁରୀରୁ 77 ବର୍ଷୀୟ ପୁରୁଷ, ରାଉରକେଲାରୁ 64 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରୁରୁ 75 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Related posts