Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ଅଣ ସାମ୍ବିଧାନିକ : ପି. ଚିଦାମ୍ବରମ୍‌
ଆଜିର ଖବର

ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ଅଣ ସାମ୍ବିଧାନିକ : ପି. ଚିଦାମ୍ବରମ୍‌

October 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା 370 ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା 370 ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା 370 ଲାଗୁ କରିବା ସହିତ ଜମ୍ମୁ କାଶ୍ମୀର ବାସୀଙ୍କ ଅଧିକାର ତାଙ୍କୁ ଫେରାଇ ଦିଆଯିବ ବୋଲି ଚିଦାମ୍ବରମ କହିଛନ୍ତି । ବିଜେପି ଶାସିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କୁ ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଦେଶଦ୍ରୋହୀ ଭଳି ବ୍ୟବହାର ନକରୁ ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି ।

ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଉପାୟରେ ଧାରା 370ର ଉଚ୍ଛେଦ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚିଦାମ୍ବରମ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ5, 2019ରେ ମୋଦି ସରକାର ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିଥିଲେ । ଧାରା 370 ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଏହାପରେ ସମସ୍ତ ବଡ ନେତାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା ।

ତେବେ ନିକଟରେ ସମସ୍ତ ନେତା ମୁକ୍ତ ହେବାପରେ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ ଉକ୍ତ 5 ରାଜନୈତିକ ଦଳର ସରକାର କ୍ଷମତାକୁ ଆସିଲେ ଧାରା 370 ପୁନର୍ବାର ଲାଗୁ କରାଯିବ । ଏହାକୁ ପୁନଃଅବସ୍ଥାପିତ କରିବା ପାଇଁ ପିଡିପିର ମେହବୁବା ମୁଫତି, ଏନସିର ଫାରୁକ ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନ, ଜାଭେଦ ମିର ଏବଂ ସିପିଆଇ ଏମ ନେତା ୟୁସୁଫ ଟାରିଗାମୀ ଏକତ୍ର ହୋଇ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଧାରା 370
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.