Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ଅଣ ସାମ୍ବିଧାନିକ : ପି. ଚିଦାମ୍ବରମ୍‌
ଆଜିର ଖବର

ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ଅଣ ସାମ୍ବିଧାନିକ : ପି. ଚିଦାମ୍ବରମ୍‌

October 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା 370 ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା 370 ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା 370 ଲାଗୁ କରିବା ସହିତ ଜମ୍ମୁ କାଶ୍ମୀର ବାସୀଙ୍କ ଅଧିକାର ତାଙ୍କୁ ଫେରାଇ ଦିଆଯିବ ବୋଲି ଚିଦାମ୍ବରମ କହିଛନ୍ତି । ବିଜେପି ଶାସିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କୁ ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଦେଶଦ୍ରୋହୀ ଭଳି ବ୍ୟବହାର ନକରୁ ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି ।

ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଉପାୟରେ ଧାରା 370ର ଉଚ୍ଛେଦ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚିଦାମ୍ବରମ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ5, 2019ରେ ମୋଦି ସରକାର ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିଥିଲେ । ଧାରା 370 ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଏହାପରେ ସମସ୍ତ ବଡ ନେତାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା ।

ତେବେ ନିକଟରେ ସମସ୍ତ ନେତା ମୁକ୍ତ ହେବାପରେ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ ଉକ୍ତ 5 ରାଜନୈତିକ ଦଳର ସରକାର କ୍ଷମତାକୁ ଆସିଲେ ଧାରା 370 ପୁନର୍ବାର ଲାଗୁ କରାଯିବ । ଏହାକୁ ପୁନଃଅବସ୍ଥାପିତ କରିବା ପାଇଁ ପିଡିପିର ମେହବୁବା ମୁଫତି, ଏନସିର ଫାରୁକ ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନ, ଜାଭେଦ ମିର ଏବଂ ସିପିଆଇ ଏମ ନେତା ୟୁସୁଫ ଟାରିଗାମୀ ଏକତ୍ର ହୋଇ ଗୁପକାର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଧାରା 370
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ୨୮ରେ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

October 25, 2026

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026

ଭୁବନେଶ୍ୱରରେ ୧୯ତମ ଅର୍ବାନ୍ ମୋବିଲିଟି ସମ୍ମିଳନୀ ଉଦ୍‌ଯାପିତ

October 25, 2026
Latest News

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ୨୮ରେ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

October 25, 2026

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026

ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ

October 25, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପ ହେଲା ସାକାର: ୧୧ କୋଟି କୃଷକଙ୍କୁ ମିଳିଲା ‘ଫାର୍ମର ଆଇଡି’

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.