ଅଫିସ ସିଲ୍‌ କରିବା ବେଆଇନ୍‌ : ଅପରାଜିତା

Published: Oct 17, 2020, 11:55 am IST

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କ କାର୍ଯ୍ୟାଳୟ ସିଳ୍‌ କରିବା ବିଏମ୍‌ସିର ବେଆଇନ ପଦକ୍ଷେପ ବୋଲି କହିଛନ୍ତି ଅପରାଜିତା । ତେବେ ଏଥିପାଇଁ ସେ ବିଏମସିକୁ ଦାୟୀ ନକରି ସରକାରଙ୍କୁ ଦାୟୀ କରିଛନ୍ତି । ଗୃହମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରି ତାଙ୍କଅଫିସ୍‌ ସିଲ୍‌ କରାଯାଇଛି । ଅଫିସ ସିଲ ଯୋଗୁଁ ତାଙ୍କର ଆର୍ଥିକ କ୍ଷତି ଘଟିଛି, ସେ ମାନସିକ ନିର୍ଯ୍ୟାତନା ଭୋଗିଛନ୍ତି  । ଏନେଇ ସେ କୋର୍ଟ ଯିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି  । ଅପରାଜିତା କହିଛନ୍ତିଯେ, ତାଙ୍କର ଅଫିସ ସିଲ କରିବା ସଂପୂର୍ଣ୍ଣ ବେଆଇନ  । ତାଙ୍କଅଫିସ୍‌ରେ କେହି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ବେ ପୂରା ଅଫିସ୍‌କୁ କିପରି ସିଲ୍‌ କରାଗଲା ବୋଲି ପ୍ରଶ୍ନପଚାରିଛନ୍ତି ଅପରାଜିତା ।ଏହା ହେଉଛି ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ । ଛବି ମଳିନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।  କୋଭିଡ଼ ମହାମାରୀ  ନେଇ ଯେଉଁ ଗାଇଡ଼ଲାଇନ ରହିଛି ଏହା ତାହାର ଉଲ୍ଳଂଘନ କରୁଛି  । ଏନେଇ ସେ ବିଏମସି କମିଶନରଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି  । ମହାରଥୀଙ୍କ ଶେଷଯାତ୍ରାରେ କୋଭିଡ୍‌ ଲାଇନ୍‌ର ଉଲ୍ଲଂଘନ ହୋଇଥିଲା କିନ୍ତୁ ସେହି ଘଟଣାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ସରକାର ପାତର ଅନ୍ତର ନୀତି ଆପଣାଉଛନ୍ତି, କହିବାର ନୈତିକତା କରାଇଛନ୍ତି ବୋଲି କହିଛନ୍ତି ଅପରାଜିତା । ତେବେ ସେ ଏନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଅପରାଜିତା ।

Related posts