ପୁରୀ ବେଳାଭୂମିରେ ଆରମ୍ଭ ହେଲା ‘ମୋ ବିଚ ଯୋଗ’ କାର୍ଯ୍ୟକ୍ରମ

Published: Oct 17, 2020, 12:05 pm IST

ପୁରୀ, ବେଳାଭୂମି ପରିସ୍କାର ରହିଲେ ପରିବେଷ ପରିସ୍କାର ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହିପରି ଏକ ବାର୍ତ୍ତା ନେଇ ପୁରୀ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଯାହାର ନାମ ରଖାଯାଇଛି ‘ମୋ ବେଳାଭୂମି ଯୋଗ’। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବେଳାଭୂମିରେ ଯୋଗ କରିବା ପାଇଁ ଉତ୍ସାହିତ କରାଯାଉଛି। ସକାଳୁ ସକାଳୁ ଯେଉଁମାନେ ଘରେ ଯୋଗ କରୁଛନ୍ତି ସେମାନଙ୍କୁ ଏହି ବେଳାଭୂମିରେ ଯୋଗ କରିବା ପାଇଁ କୁହାଯାଉଛି। ଏହାଦ୍ବାରା ବେଳାଭୂମି ପରିସ୍କାର ରହିବା ସହିତ ଲୋକେ ମଧ୍ୟ ସୁସ୍ଥ ରହିବେ।

ମୁଖ୍ୟତଃ ଯୋଗଶାସ୍ତ୍ର ଅନୁସାରେ ଯୋଗ ଏପରି ସ୍ଥାନରେ କରିବା ଉଚିତ ଯେଉଁଠି ମୁକ୍ତ ବାୟୁ ମିଳିପାରୁଥିବ। ଆଖିର ଦୃଷ୍ଟି କୋଣରେ ଦିଗବଳୟ ଦେଖାଯାଉଥିବ। ଏହିପରି ପରିବେଶ କେବଳ ବେଳାଭୂମି ବ୍ୟତିତ ଅନ୍ୟ କେଉଁଠି ମିଳିପାରିବ ନାହିଁ। ସମୁଦ୍ରର ଧୀର ଶଦ୍ଦ, ଶାନ୍ତ ଆକାଶ ଏବଂ ନିର୍ମଳ ବାୟୁ ନିଶ୍ଚିତ ଭାବେ ସ୍ବାସ୍ଥ୍ୟ ଗଠନରେ ସାହାର୍ଯ୍ୟ କରିପାରିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

Related posts