ବିହାର ନିର୍ବାଚନ : ମହମେଣ୍ଟ ନିର୍ବାଚନୀ ଇସ୍ତାହାରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରିକୁ ପ୍ରାଧାନ୍ୟ

Published: Oct 17, 2020, 1:31 pm IST

ପାଟନା : ବିହାର ନିର୍ବାଚନ ପୂର୍ବରୁ ମହାମେଣ୍ଟ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ମହାମେଣ୍ଟ ପକ୍ଷରୁ ଏହି ଇସ୍ତାହାରରେ ଚାକିରି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଇସ୍ତାହାର ଲଞ୍ଚ କରିଛନ୍ତି । ବିଗତ 15ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ଡବଲ ଇଞ୍ଜିନ ସରକାର ବିହାରର ବିକାଶକୁ ରୋକିଛନ୍ତି । ମହାମେଣ୍ଟ କ୍ଷମତାକୁ ଆସିଲେ ବିହାର ବିକାଶ ରାସ୍ତାରେ ଗତି କରିବ ବୋଲି ତେଜସ୍ୱୀ ପ୍ରକାଶ କରିଛନ୍ତି । ରାଜ୍ୟରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା ସହିତ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଇସ୍ତାହାରରେ କୁହାଯାଇଛି ।

ବିହାରରେ ରହିଥିବା ସମସ୍ୟାର ସମାଧାନ କେବଳ ମହାମେଣ୍ଟ ଦ୍ୱାରା ହୋଇପାରିବ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନୁହେଁ ବୋଲି ବିଜେପି-ଜେଡିୟୁ ମେଣ୍ଟକୁ କଟାକ୍ଷ କରିଥିଲେ ନୀତିଶ । ନୀତିଶ 15 ବର୍ଷ ଧରି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ବିହାରକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ସଫଳ ହୋଇ ନାହାନ୍ତି । ଏହା ସହିତ କଂଗ୍ରେସର ରଣଦୀପ ସୁର୍ଜେୱାଲା ମଧ୍ୟ ଦଳୀୟ ଇସ୍ତାହାର ଜାରି କରିଥିଲେ । (ଏଜେନ୍ସି)

Related posts