ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସହ ନିଆଁ ଲଗାଇ ଆତ୍ମହତ୍ୟା କଲେ ବ୍ୟକ୍ତି

Published: Oct 17, 2020, 3:21 pm IST

ପଞ୍ଜାବ : ପଞ୍ଜାବର ଫରିଦକୋଟରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସହିତ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଲରୁ ପୋଲିସ୍‌କୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ଆର୍ଥିକ ସମସ୍ୟା ଯୋଗୁଁ ଏପରି ଚରମ ପଦକ୍ଷେପ ନେଇଥିବାର ପୋଲିସ୍‌ ସୂଚନା ଦେଇଛି । ମୃତକ ଜଣକ ରାଜସ୍ଥାନ ଶିକର ନିବାସୀ 40 ବର୍ଷୀୟ ଧର୍ମପାଳ । ଯିଏ ବିଗତ 10 ବର୍ଷ ଧରି କଲେର ଗ୍ରାମରେ ସ୍ତ୍ରୀ ସୀମା ଓଙ 15 ବର୍ଷୀୟା ଝିଅ ମୋନିକା ଓ 10 ବର୍ଷୀୟ ହତିଶ୍‌ କୁମାରଙ୍କ ସହ ରହୁଥିଲେ । ଧର୍ମପାଳ ଗ୍ରାମରେ ଇଟା ଭାଟିରେ କାମ କରୁଥିଲେ । ତେବେ ଲକ୍‌ଡାଉନ୍‌ ଯୋଗୁଁ ସ୍ଥିତି ଖରାପ ହେବାରୁ ଧାର ଉଧାର କରି ପରିବାର ଚଳାଉଥିଲେ । କିନ୍ତୁ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ଏହି ପରିବାର ନିଜ ଜୀବନକୁ ଶେଷ କରି ଦେଇଛନ୍ତି ।

ତେବେ ଶନିବାର ଦିନ କିଛି ଲୋକେ ଧର୍ମପାଳଙ୍କ ଘରେ ଧୂଆଁ ଆସୁଥିବାର ଦେଖି ଘରର କବାଡ ତାଡି ଘରେ ପଶିଥିଲେ । ସେତେବେଳେକୁ ସମେସ୍ତ ନିଆଁରେ ପୋଡି ଯାଇଥିଲେ । ଏହି ଘଟଣାରେ ପୋଲିସ୍‌ ତଦନ୍ତ କରିବା ଆରମ୍ଭ କରିଛି । (ଏଜେନ୍ସି)

Related posts