
ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ରେ ଗୁରୁତର ଆହତ ହୋଇଥିବା ବୁଟୁ ପାଢ଼ୀଙ୍କ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି ରାତି ଦୁଇ ଘଟିକାରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଅପରପକ୍ଷରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗତକାଲି ରାତିରୁ ଫେରାର ଥିବାବେଳେ ବାଣପୁର ପୋଲିସ ତାଙ୍କୁ ଗିରଫ କରିବାପାଈଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।