ଆନ୍ଧ୍ରପ୍ରଦେଶ : ଦେଶର ଦକ୍ଷିଣ ଅଂଶରେ ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଚିନ୍ତାଜନକ ସ୍ଥିତି ଉପୁଜିଛି । ଫସଲ ନଷ୍ଟ ହେବା ସହିତ ହାଇଦ୍ରାବାଦରେ ସଡକଗୁଡିକ ନଦୀ ପରି ପ୍ରତୀତ ହେଉଛି । ଏପରିକି ବହୁ ବାହନ ଭାସି ଯାଇଛି ।ଶନିବାର ରାତ୍ରିରେ ମୂଷଳଧାର ବର୍ଷା ଯୋଗୁଁ ବହୁ ଜନଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତସହରରେ ପ୍ରବଳ ବର୍ଷା ଯୋଗୁଁ 50 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ହାଇଦ୍ରାର ଚନ୍ଦ୍ରାୟଗୁଡ୍ଡା ଅଞ୍ଚଳର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଶନିବାର ଦିନ ମେଡଚଲ ମଲ୍କାଜଗିରି ଜିଲ୍ଲାରେ ସିଂଗାପୁର ଟାଉନ୍ସିପ୍ରେ 157.3 ମିମି ବର୍ଷା ହୋଇଥିବାବେଳେ ବାନ୍ଦଲଗୁଡାରେ 153 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି । କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ପ୍ରଭୁତ କ୍ଷତି ହୋଇଛି ।