ନିଟ୍‌ ଟପ୍ପର ସୋଏବଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

Published: Oct 18, 2020, 12:46 pm IST

ଭୁବନେଶ୍ବର : ନିଟ୍‌ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନ୍‌ରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍‌ ସଫଳତା ପାଇଁ ସୋଏବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ । ସୋଏବଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ପ୍ରକାଶ କରିଛନ୍ତି ସୋଏବ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ୍‌ ଅଫତାବ୍‌ ।

ସୂଚନାଯୋଗ୍ୟ, ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍‌ ନିଟ୍‌ ଟପ୍ପର ହୋଇଥିବା  ରାଉରକେଲାର 18ବର୍ଷୀୟ ସୋଏବ୍‌ ଶତ ପ୍ରତିଶତ ମାର୍କ ରଖି ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । 720ରୁ 720 ମାର୍କ ରଖି ନିଟ୍‌ ଟପ୍ପର ହୋଇଛନ୍ତି ସୋଏବ୍‌ ।

Related posts