କରୋନା ସଂପର୍କରେ ଆସିଲା ନୂଆ ତଥ୍ୟ, ଏହି ଭୂତାଣୁ ମଣିଷ ଚର୍ମରେ ସକ୍ରିୟ ରହୁଛି ପ୍ରାୟ ନଅ ଘଣ୍ଟା

Published: Oct 18, 2020, 1:52 pm IST

ନୂଆଦିଲ୍ଲୀ, କରୋନା ଭୂତାଣୁ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ସକ୍ରିୟ ରହୁଛି। ଜାପାନର ଏକ ଗବେଷଣା ଦଳ ଦ୍ବାରା ହୋଇଥିବା ଏହି ଗବେଷଣାରୁ ଏହା ଜଣାପଡିଛି। ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମକୁ ପରୀକ୍ଷା କରିବା ପରେ ଏହି ତଥ୍ୟ ଜଣାପଡିଛି। ଏହି ମାସରେ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ୍ ଡିଜିଜ୍ ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ “ନଅ ଘଣ୍ଟା ସାରସ-କୋଭିଡ ଭୂତାଣୁ ବଞ୍ଚିବା ଦ୍ୱାରା ମାନବ ଚର୍ମ ସଂସ୍ପର୍ଷ ସଂକ୍ରମଣ ହେବାର ଆଶଙ୍କା ବଢିପାରେ। ସେଥିପାଇଁ କୋଭିଡ -19 ମହାମାରୀର ମୁକାବିଲା ପାଇଁ କ୍ରମାଗତ ଭାବରେ ହାତ ଧୋଇବା ନିହାତି ଆବଶ୍ୟକ ସେମାନେ କହିଛନ୍ତି।

Related posts