ରେଢାଖୋଲ ଥାନା ମାହାଲିଙ୍ଗ ଗ୍ରାମ ବିଲମାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ହତ୍ୟା  ସନ୍ଦେହ

Published: Oct 18, 2020, 8:22 pm IST

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ସକାଳୁ ରେଢାଖୋଲ ଥାନା  ମାହାଲିଙ୍ଗ ଗ୍ରାମର ବିଲମାଳରୁ ଜନୈକ ଯୁବକର ମୃତ ଦେହ କୁ ରେଢାଖୋଲ ପୋଲିସ୍ ଜବତ କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ବଡଦଫଲା ଗ୍ରାମର ବିରଂଚି ମୁଣ୍ଡା(୪୧) ନାମକ ଯୁବକର ମୃତ ଦେହକୁ ଚାଷ ଜମିରୁ ସକାଳୁ ସକାଳୁ ଗ୍ରାମବାସୀ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ରେଢାଖୋଲ ପୋଲିସ୍ ମହାଲିଙ୍ଗ ଗ୍ରାମକୁ ଯାଇ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ଜଣା ପଡିଛି। ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ପାରିପାର୍ଶିକ ସ୍ଥିତିରୁ ଯାହା ଜଣା ପଡୁଛି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ। ପୋଲିସ୍ ଏହାର ତଦନ୍ତ କରୁଛି।

Related posts