ସୀମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ : ଆସାମ-ମିଜୋରାମରେ ଜଳାପୋଡା

Published: Oct 19, 2020, 10:40 am IST

ଆସାମ : ଆସାମ-ମିଜେରାମ ସୀମାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡା ହୋଇଛି ।  ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ବହୁ ଲୋକେ ଆହତ ହୋଇଥିବାର ସୂଚନା ରହିଛି।  ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଏପରି ହିଂସକ କାଣ୍ଡ ଘଟିଥିବାର ସୂଚନା ରହିଛି । ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଛନ୍ତି । ସେହିପର ସୋନେଓ୍ବାଲ୍‌ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ୍‌ ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ବହୁ ସଂଖ୍ୟା ସୁରକ୍ଷା କର୍ମୀ ଆସାମର କଛାର ଜିଲ୍ଲା ଓ ମିଜୋରମର କୋଲାସିବ ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ନିୟୋଜିତ ରହିଛନ୍ତି ।

ସୂଚନାଯୋଗ୍ୟ, ଆସାମର  କଛାର ଜିଲାର ଲାୟଲପୁର ଅଞ୍ଚଳରେ ଅନ୍ତଃରାଜ୍ୟ ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉତ୍ୟକ୍ତ ଲୋକେ କେତେକ ଘରେ ନିଆଁ ମଧ୍ୟ ଲଗାଇଦେଇଥିବା ଅଭିଯୋଗ ହୋଇଛି। ତେବେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଓ ଆସାମ ମୁଖ୍ୟମନ୍ତ୍ରୀ ସୋନେଓ୍ବାଲ ଆନ୍ତଃ-ରାଜ୍ୟ ସୀମାରେ ଶାନ୍ତି ତଥା ସୌହାର୍ଦ୍ଦ୍ୟ ବାତାବରଣ ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ଆଶ୍ବାସନା ଦେଇଛନ୍ତି । (ଏଜେନ୍ସି)

Related posts