
ପାଟନା, ଧିରେ ଧିରେ ବିହାର ନିର୍ବାଚନ ତାତି ବଢିବାରେ ଲାଗିଛି। ଆଜି ଏକ ନିର୍ବାଚନୀ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲାଲୁଙ୍କୁ କଡା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏପରି ଘଟଣା ଘଟିଛି ଯାହା ଏକ ଇତିହାସ ସୃଷ୍ଟି କରିଛି। ତାହା ହେଉଛି ଯେତେବେଳେ ସ୍ବାମୀ ଜେଲ ଭିତରେ ସେତେବେଳେ ସ୍ତ୍ରୀ ମୁଖ୍ୟମନ୍ତ୍ରୀ। ଏହା କହି ସେ ଜୋରରେ ହସିଥିଲେ। ତେବେ ନୀତିଶ ଏହି କଟାକ୍ଷ ସିଧା ଆରଜେ଼ଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଥିଲେ ମଧ୍ୟ ସେ ତାଙ୍କର ନାମ ନେଇ ନ ଥିଲେ। ବିହାର ନିର୍ବାଚନ ଯେତିକି ପାଖେଉଛି ସେତିକି ରାଜନୈତିକ ବୟାନବାଜି ସୃଷ୍ଟି ହେବାରେ ଲାଗିଛି।