
ଭୁବନେଶ୍ବର : ବୃଦ୍ଧାଙ୍କଠାରୁ କାନଫୁଲ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଥିବାର ସୂଚନା ରହିଛି । ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବୃଦ୍ଧାଙ୍କଠାରୁ ଦୁର୍ବୃ୍ତ୍ତମାନେ କାନଫୁଲ ଝାମ୍ପି ନେଇଛନ୍ତି । ବୃ୍ଦ୍ଧାଜଣକ ଫୁଲ ତୋଳିବାକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ କାନଫୁଲ ଝାମ୍ପି ନେଇଯାଇଛନ୍ତି ।
ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ରାଜଧାନୀରେ ଲୁଟେରା ମାତିଛନ୍ତି । ଲକ୍ଡାଉନ୍ ସମୟରେ ଜଣେ ମହିଳା ଡିଏସ୍ପିଙ୍କ ଘରୁ ଚୋରମାନେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଜଣେ ସାମ୍ବାଦିକଙ୍କ ଘରେ ମଧ୍ୟ କଳାକନା ବୁଲାଇଥିଲେ। ଅବଶ୍ୟ କମିଶନରେଟ୍ ପୋଲିସ୍ କିଛି ଚୋରଙ୍କୁ କାବୁ କରିବାରେ ସଫଳ ମଧ୍ୟ ହୋଇଛି ।