ପାର୍ବଣ ବେଳେ ଅଧିକ ସତର୍କ ରହିବାକୁ ହେବ : ନରେନ୍ଦ୍ର ମୋଦି

Published: Oct 20, 2020, 6:13 pm IST

ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି ମୋଦି ।   ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି ଯାଇନାହିଁ କି ବିପଦ ଟଳିନି । ଲକ୍‌ ଡାଉନ୍‌ ଚାଲିଯାଇଥିଲେ ବି କରୋନା ଭାଇରାସ୍‌ ଯାଇନାହିଁ, ଏହାକୁ ଅଣଦେଖା କରିହେବ ନାହିଁ ବୋଲି କହିଛନ୍ତି ମୋଦି । କରୋନାକୁ ନେଇ ସତର୍କ ଓ ସାବଧାନତା ଅବଲମ୍ବନ କରିବା ଜରୁରୀ । ପାର୍ବଣ ସମୟରେ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି ।  ବର୍ତ୍ତମାନ ସମୟରେ ଆଦୌ ଅବେହଳା କରିବା ନାହିଁ । ଟିକିଏ ବି ଅସାବଧାନତା ଆମକୁ ବହୁତ ବଡ କ୍ଷତିରେ ପକାଇଦେଇପାରେ । ଏଥିପାଇଁ ସତର୍କ ଓ ସଚେନତା ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି । ସେହିପରି ମାସ୍କ,ସାମାଜିକ ଦୂରତ୍ବ ଓ ହାତଧୁଆକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୋଦି ।

ଆମେରିକା, ବ୍ରାଜିଲ୍‌ରେ ସ୍ଥିତି ବିଗିଡୁଛି । ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକସଫଳ ହୋଇଛି । ନିୟନ୍ତ୍ରିତ ହେଉଥିବା  ସ୍ଥିତିକୁ ଆମେ ବିଗିଡିବାକୁ ଦେବାନି ବୋଲି କହିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି ।ତେଣୁ ଏହି ସମୟରେ ଆମେ ଅଧିକ ସତର୍କ ରହିବା ଆବଶ୍ୟକ ରହିଛି ।  ଭାରତରେ ପ୍ରତି 10 ଲକ୍ଷରେ ମୃତ୍ୟୁ ହାର 83 ରହିଛି । ଅନ୍ୟ ଦେଶରେ ମୃତ୍ୟୁହାର 10 ଲକ୍ଷରେ 6ଶହରୁ ଅଧିକ ରହିଛି । ଭ୍ୟାକିସିନ୍‌ ଆସିବା ପର୍ଯ୍ୟନ୍ତ କରୋନା ସହ ଆମେ ଲଢେଇ ଜାରି ରଖିବା । ଭାରତରେ ଏବେ କରୋନା ଭ୍ୟାକିସିନ୍‌ କାମ ଚାଲୁ ରହିଛି । ଭ୍ୟାକ୍‌ସିନ ଆସିବା ପର୍ଯ୍ୟନ୍ତ ଆମେ କରୋନା ସହ ଲଢେଇ ଜାରି ରଖିବା ।  ଏଥିପାଇଁ ଆମେ ସତର୍କ ରହିବା । ନବରାତ୍ର, ଦଶହରା, ଇଦ୍‌, ଦୀପାବଳି, ଛଟ୍‌ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । (ଏଜେନ୍ସି)

Related posts