କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର :  30 ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍‌

Published: Oct 21, 2020, 4:10 pm IST

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ 3737 କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ଆଜି ଏହି ଘୋଷଣା କରିଛନ୍ତି । 30 ଲକ୍ଷରୁ ଅଧିକ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ସୁବିଧା ମିଳିବ । 2019-20 ଆର୍ଥିକ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ଏହି ବୋନସ ଅର୍ଥରାଶି ଗୋଟିଏ ଥରରେ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ଏହି ବୋନସ୍‌ ମିଳିବ । ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଏହି ଅର୍ଥ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଜାଭାଡେକର ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts