ତେଲେଙ୍ଗାନା ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5 କୋଟି ଟଙ୍କାର ସହାୟତା ଘୋଷଣା

Published: Oct 22, 2020, 12:28 pm IST

ଭୁବନେଶ୍ବର, ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଏ ପର୍ଯ୍ୟନ୍ତ ଘେରେଇ ରହିଛି। ଏହିପରି ଏକ ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 କୋଟି ଟଙ୍କା ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।ଏହା ଓଡିଶାବାସୀଙ୍କ ତରଫରୁ ସାହାର୍ଯ୍ୟ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଓଡିଶାର ପଡୋଶୀ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ କୌଣସି ବନ୍ୟା ବାତ୍ୟା ହେଲେ ନବୀନ ସହାୟତା ଦେଇ ଆସୁଛନ୍ତି।

Related posts