ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

Published: Oct 22, 2020, 12:41 pm IST

କଟକ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ସପ୍ଲିମେଣ୍ଟାରୀରେ ପାସ୍‌ କରିଛନ୍ତି ମୋଟ୍‌ 15 ହଜାର 244 ଜଣ ଛାତ୍ରଛାତ୍ରୀ । ମୋଟ୍‌ 21 ହଜାର 487ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେହିପରି ଚଳିତ ଥର ଏ-1 ଗ୍ରେଡ୍‌ରେ କେହି ପାସ୍‌ କରିନାହାନ୍ତି । ଏ-2ରେ 10 ଜଣ, ବି-1ରେ 195 ଜଣ , ବି-2ରେ 930 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ 1902 ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ 3140 ଓ ଇ ଗ୍ରେଡ୍‌ରେ 9067 ସେହିପରି ଏଫ୍‌ ଗ୍ରେଡ୍‌ରେ 6ହଜାର218ଜଣ ପିଲା ପାସ୍ କରିଛନ୍ତି ।

Related posts