ଓଡ଼ିଶାରେ ଦିନକୁ 30ଟି ଦୁର୍ଘଟଣା, 15ମୃତ୍ୟୁ

Published: Oct 22, 2020, 3:15 pm IST

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ 30 ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି 15 ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଉଥିବା ‘ରୋଡ ଆକ୍ସିଡେଣ୍ଟ ଇନ ଇଣ୍ଡିଆ-2019’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଆଧାରରେ 2019 ମସିହାରେ ଓଡ଼ିଶାରେ ସମୁଦାୟ 11 ହଜାର 64ଟି ସଡକ ଦୁର୍ଘଟଣା ଘଟୁଥିବାବେଳେ ସମୁଦାୟ 5 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ଓଡ଼ିଶା 12 ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ଓଭରସ୍ପିଡ ଯୋଗୁଁ  ସର୍ବାଧିକ ଦୁର୍ଘଟଣା ଘଟୁଥିବାବେଳେ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଦ୍ରୁତ ଗତି ଯୋଗୁଁ 7 ହଜାର 632ଟି ଦୁର୍ଘଟଣା ଘଟିଥିବାବେଳେ  ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ 1068ଟି  ଦୁର୍ଘଟଣା ଘଟିଥିବାର ସୂଚନା ପ୍ରକାଶ ପାଇଛି । (ଏଜେନ୍ସି)

Related posts