ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ

Published: Oct 22, 2020, 8:02 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ବରରୁ ୧୦୪, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡାରୁ ୭୨, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩,  ଝାରସୁଗୁଡାରୁ ୬୧, ବରଗଡରୁ ୬୦, ବଲାଙ୍ଗିରିରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧,  କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୬୮, ଗଞ୍ଜାମରୁ ୧୬, ରାୟଗଡାରୁ ୧୧, ଦେବଗଡରୁ ୧୭, ଗଜପତି ୯ ଏବଂ ଷ୍ଟେଟ ପୁଲରୁ ୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୫୭ ହଜାର ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts