ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ଗାଡି: ଦୁର୍ଘଟଣାରେ ତିନି ମୃତ, ଆଠ ଆହତ

Published: Oct 23, 2020, 4:59 pm IST

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପାହାଡ଼ିଆ ଡୋଡା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଖିଲାନିରୁ ହେମ୍ବଲକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଗାଡି ଏକ ଗଭୀର ଖାଇରେ ଖସି ଯାଇଥିଲା। ଡୋମେଲ ଗାଁରେ ଏହି ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାର ସଡ଼କ ଅବସ୍ଥା ବହୁତ ଖରାପ ଏବଂ ଅତ୍ୟଧିକ ଦ୍ରୁତ ଗତି କାରଣରୁ ସଡ଼କ ଦୁର୍ଘଟଣା ହେଉଥିବାର ଦୀର୍ଘ ଦିନ ଧରି ଖବର ରହିଆସିଛି। (ଏଜେନ୍ସି)

Related posts