Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପନିର୍ବାଚନ ପାଇଁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବୁଥ୍ ପରିଦର୍ଶନ କଲେ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍
ଆଜିର ଖବର

ଉପନିର୍ବାଚନ ପାଇଁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବୁଥ୍ ପରିଦର୍ଶନ କଲେ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍

October 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନର ସୁପରିଚାଳନା ଓ ତଦାରଖ ନିମନ୍ତେ ନିଯୁକ୍ତି ପାଇଥିବା ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ସେ ଗତ ଅକ୍ଟୋବର ୨୧ ତାରିଖରେ ରଘୁନାଥପୁର ବ୍ଲକର ରଘୁନାଥପୁର, ଗୋପାଳପୁର, ମଧୁସୂଦନପୁର, ୨୨ ତାରିଖରେ ତିର୍ତ୍ତୋଲ ବ୍ଳକର ତିର୍ତ୍ତୋଲ, ଆଖଣ୍ଡଳ, ତରଜଙ୍ଗା, ଗୋବିନ୍ଦପୁର, ସଅଁରା ଏବଂ ୨୩ ତାରିଖରେ ବିରିଡ଼ି ବ୍ଲକର ତେନ୍ତୁଳିଆ, ଉତ୍ତରଶାସନ, ହାଜିପୁର, ବଡଖଣ୍ଡେଇତା, ଅଣଖିଆ, ଜୟଶୋଳ ଆଦି ଅଞ୍ଚଳରେ ବିଭିନ୍ନ ବୁଥ୍ ପରିଦର୍ଶନ କରି ନ୍ୟୁନତମ ମୌଳିକ ସୁବିଧା ଯଥା-ପାନୀୟଜଳ, ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ କ୍ୟାମ୍ପସ୍, ବୁଥ୍ ଭିତରେ ଓ ବାହାରେ ବିଦ୍ୟୁତ ସଂଯୋଗ ଓ ଶୌଚାଳୟର ସୁବିଧା ଏବଂ ସଂଗରୋଧ ଗୃହ ପ୍ରସ୍ତୁତି ସଂମ୍ପର୍କରେ ପଚାରି ବୁଝିଥିଲେ। ଅକ୍ଟୋବର ୨୫ ତାରିଖ ସୁଦ୍ଧା ବୁଥରେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଇତ୍ୟାଦିରେ ନିର୍ବାଚନ ପ୍ରଚାର ନିମନ୍ତେ ପୋଷ୍ଟର୍ ହୋଡିଂ ଆଦି ନ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା କୃଷ୍ଣାନନ୍ଦପୁର, ତାରପୁର ବାଇପାସ୍, ଝାରପଡା ଓ କଇଜଙ୍ଗା ଠାରେ ପୋଲିସ୍ ଚେକ୍ ପୋଷ୍ଟ ଅନୁଧ୍ୟାନ କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚିଦାନନ୍ଦ ସାହୁ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ବିରିଡ଼ି ତହସିଲଦାର ସାଗରିକା ମଲ୍ଲିକ ଓ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଯୋଗସୂତ୍ର ଅଧିକାରୀ ଉଦୟନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ତିର୍ତ୍ତୋଲ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.