Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡିରେ ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ
ଆଜିର ଖବର

କଳାହାଣ୍ଡିରେ ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

October 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ ତଥା ପୋଲିସ ବିଭାଗ ତରଫରୁ କୋଭିଡ-୧୯ ଅନୁସାରେ ଏହି ଛତର ଯାତ୍ରା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସମଗ୍ର ଭବାନୀପାଟଣା ସହରକୁ ୧୪୪ ଧାରା ଜାରି କରାଯାଇ ଭକ୍ତମାନଙ୍କ ଗହଳିକୁ ବାରଣ କରାଯାଇଥିଲା। ଯେଉଁ ଛତର ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବା ସହିତ ଭକ୍ତମାନଙ୍କ ମାନସିକ ଅନୁସାରେ ହଜାର ହଜାର ପଶୁପକ୍ଷୀ ବଳି ଦିଆଯିବା ଫଳରେ ଜେନାଖଲା ଠାରୁ ମନ୍ଦିର ପର୍ଯ୍ୟନ୍ତ ଛତର ଯାଉଥିବା ରାସ୍ତା ରକ୍ତ ରଞ୍ଜିତ ହେଉଥିଲା ସେହି ଛତର ଯାତ୍ରା ଚଳିତ ବର୍ଷ ଭକ୍ତଶୂନ୍ୟ ଭାବେ କେବଳ ବିଧିରକ୍ଷା ନିମନ୍ତେ ପାଳନ କରାଯାଇଥିଲା। କେବଳ ଭବାନୀପାଟଣାସ୍ଥିତ ସ୍ଥାନୀୟ ଭକ୍ତମାନେ ନିଜନିଜ ଘରେ କିମ୍ବା ଛାତ ଉପରେ ଥାଇ ମାଆଙ୍କ ଛତର ଦର୍ଶନ କରୁଥିବା ଦେଖାଯାଇଥିଲା। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇ ପୁରୀ ରଥଯାତ୍ରା ଶୈଳୀରେ ମାଆଙ୍କ ଛତରକୁ କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପର୍ଯ୍ୟନ୍ତକୁ ନିଆଯାଇଥିଲା।

ପରଂପରା ଅନୁଯାୟୀ  ଦଶହରା ଶୁକ୍ଳ ଅଷ୍ଟମୀ ଦିନ ମନ୍ଦିର ମଧ୍ୟରେ ମାଆଙ୍କ ମସ୍ତକ ଧାରଣ ନୀତି ଅନୁଷ୍ଠିତ ହୋଇଥାଏ। ଛପନ ଉପଚାରରେ ପୂଜା ହୋଇ ପରଂପରା ଅନୁଯାୟୀ ଦୁର୍ଗେøାତ୍ସବ ଆରମ୍ଭ କରାଯାଇଥାଏ। ଏକପକ୍ଷ ବ୍ୟାପି ମାଆଙ୍କ ପୂଜା ପରେ ଶୁକ୍ଳପକ୍ଷ ଅଷ୍ଟମୀ ଗତ ନବମୀ ସନ୍ଧି ସମୟରେ ମାଆ ମାଣିକେଶ୍ୱରୀଙ୍କ ଛତର ରାଜବାଟୀସ୍ଥିତ ମନ୍ଦିର ମଧ୍ୟରୁ ପ୍ରାୟ ସାଢେତିନି କି.ମି. ଦୂର ସହର ଉପକଣ୍ଠସ୍ଥିତ ଜେନାଖାଲକୁ ନିଆଯାଇଥାଏ। ଜେନାଖାଲ ଠାରେ ପରଂପରା ଅନୁସାରେ ଗୁପ୍ତପୂଜା କରାଯିବା ପରେ ମାଆଙ୍କ ଛତରକୁ ସେବାୟତମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥାଏ। ଚଳିତ ବର୍ଷ କେବଳ ହାତଗଣତି ଭକ୍ତଙ୍କ ଉପସ୍ଥିତିରେ ଏବଂ ମାତ୍ର ଗୋଟିଏ ଘୁମୁରା ଦଳରେ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ମାଆଙ୍କ ଛତର ଯାତ୍ରା ସମୟରେ ମାନସିକଧାରୀମାନେ ବଳି ଦେଇଥାନ୍ତି। ଚଳିତ ବର୍ଷ କୋଭିଡ ଯୋଗୁଁ ନିରାଡମ୍ବର ଭାବେ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଆଙ୍କ ପର୍ବ ମଧ୍ୟ ଅନୁରୂପଭାବେ ଜ୍ୟୋତୀଷିୟ ମତାନୁସାରେ ମଳମାସ ପଡିଯାଇଥିବା ହେତୁ ତିନିପକ୍ଷ ପାଳନ କରାଯାଇଥିବା ପ୍ରକାଶ। ସବୁଠାରୁ ଭାବାବେଗର ବିଷୟ ହେଲା ମାଆଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲକୁ ଯିବାପରେ ମନ୍ଦିର ମଧ୍ୟରେ ଥିବା ପାରା ଗୁଡିକ ଛାଡି ଦିଆଯାଇଥାଏ। ପାରାମାନେ ସିଧା ୍ାଇ ଜେନାଖାଲକୁ ପହଂଚି ମାଆଙ୍କ ଛତର ଉପରେ ବସି ପୁଣି ମନ୍ଦିରକୁ ଆସିଥାନ୍ତି। ହଗଳି ଓ ବଜାବାଜଣା ହେଲେ ମଧ୍ୟ କେବେହେଲେ ପାରା ଛତର ଉପରୁ ଉଡେନାହିଁ। ଛତର ଉପରେ ହିଁ ବସିରହିଥାଏ। କଳାହାଣ୍ଡିର ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ କିମ୍ବଦନ୍ତୀ ଅନନ୍ୟ। ପରଂପରା ମଧ୍ୟ ଅନନ୍ୟ। ଭକ୍ତବତ୍ସଳା ମାଆଙ୍କ ପାଖରୁ କେହିଭକ୍ତ କେବେହେଲେ ଖାଲିହାତରେ ଫେରିନାହିଁ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କ ଏକ ଅଂଶ ଥୁଆମୂଲ ରାମପୁର ଠାରେ ମଧ୍ୟ ରହିଥିବାରୁ ସେଠାରେ ମଧ୍ୟ ଅନୁରୂପ ଭାବେ ପରଂପରା ଅନୁଯାୟୀ ଛତରଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ପରଂପରା ଅନୁଯାୟୀ ସରକାରୀ ନିୟମ ପାଳନ ପୂର୍ବକ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅଧିଷ୍ଠାତ୍ରୀ ଦେବୀ ଛତର ବିଜୟ ଯାତ୍ରା ମାଣିକ୍ୟ ଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026
Latest News

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.