ନଭେମ୍ବର 30 ଯାଏଁ ବଢିଲା ଅନଲକ୍‌ ଗାଇଡଲାଇନ୍‌

Published: Oct 27, 2020, 5:13 pm IST

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର 30 ତାରିଖ ଯାଏଁ ସେପେ୍ଟେମ୍ବର ଅନଲକ୍‌ ଗାଇଡଲାଇନ୍‌ ବଳବତ୍ତର ରରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ଜାରି ଅନଲକ୍‌ ନେଇ ଜାରି ହୋଇଥିବା ଗାଇଡଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍‌ ଅବଧି ବଢିବାର ନୂଆ ଗାଇଡଲାଇନ୍‌ ଜାରି ହୋଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 24 ତାରିଖରୁ ଦେଶରେ ପ୍ରଥମଥର ପାଇଁ ଲକ୍‌ଡାଉନ୍‌ ଜାରି କରିଥିଲେ । ପ୍ରାୟ 3 ମାସ ଧରି ଲକଡାଉନ୍‌ର କଡାକଟକଣା ପରେ ଏଥିରେ ପର୍ଯ୍ୟାୟ କ୍ରମେ କୋହଳ କରାଯାଇଛି । ସରକାର ଅନଲକ୍‌ ପ୍ରକ୍ରିୟାରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସ୍‌ଓପି ଜାରି ହୋଇଛି ।  ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ ଓ ଧାର୍ମିକସ୍ଥଳୀ ଆଦିକୁ କିଛି କଟକଣା ସହିତ ଖୋଲିବାକୁ ଅନୁମତି ମିଳିବ। ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ ଓ ଧାର୍ମିକସ୍ଥଳୀ ଆଦିକୁ କିଛି କଟକଣା ସହିତ ଖୋଲିବାକୁ ଅନୁମତି ମିଳିବ। ତେବେ ଶିକ୍ଷା କ୍ଷେତ୍ରରେ ରାଜ୍ୟସରକାରମାନେ ନିଷ୍ପତ୍ତି ନେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

କଣ୍ଟେନମେଣ୍ଟ ଜୋନ୍‌ ପାଇଁ କଡା କଟକଣା ଲାଗୁ ହୋଇଥିବାବେଳେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦେଇଛନ୍ତି । ସେହିପରି ରାଜ୍ୟ ଅଥବା କେନ୍ଦ୍ର ଶାସିତ ସରକାର କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ କରିପାରିବେ ନାହିଁ । ତେବେ ଆନ୍ତଃଜିଲ୍ଲା ଓ ଆନ୍ତଃ ରାଜ୍ୟ ମଧ୍ୟରେ ଯାତାୟତ ନେଇ କୌଣସି କଟକଣା ନାହିଁ । ନେଇ କୌଣସି ଅନୁମତି ଆବଶ୍ୟକତା ନାହିଁ ।

ସୂଚନାଯୋଗ୍ୟ, ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ରହିଛି । ଦୈନକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ଏବେ ସୁଦ୍ଧା ଦେଶରେ ଦେକରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 19 ହଜାର 502କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 79 ଲକ୍ଷ46 ହଜାର 429କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 25 ହଜାର 857 ରହିଛି । ସଂକ୍ରମଣ କମିଥିବା ସତ୍ତ୍ବେ ବିପଦ କିନ୍ତୁ ଟଳିନାହିଁ । ଅନ୍ୟାନ୍ୟ ଦେଶଗୁଡିକରେ ସଂକ୍ରମଣର ଦ୍ବିତୀୟ ଲହର ଦେଖାଯାଇଥିବାବେଳେ ଭାରତରେ ଏବେ ପାର୍ବଣ ଋତୁ ଚାଲିଛି । ଏହି ସମୟରେ ଅଧିକ ସତର୍କ ଓ ସଚେତନତା ରହିବା ଅତ୍ୟନ୍ତ ଆବଶ୍ୟକତା ରହିଛି। (ଏଜେନ୍ସି)

Related posts