ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୧୦ ଜଣ କୋରୋନା ଆକ୍ରାନ୍ତ

Published: Oct 27, 2020, 9:05 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗିରିରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ବରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧, ସମ୍ବଲପୁରରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫, ରାୟଗଡାରୁ ୭ ଏବଂ ଷ୍ଟେଟ ପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬୮ ହଜାର ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨ ମଧ୍ୟରୁ ୧୪ ହଜାର ୫୦୨ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୭୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts