କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ପାଞ୍ଚ ଆଇଏଏସ ସ୍ତରରେ ହେଲା ଅଦଳ ବଦଳ

Published: Oct 27, 2020, 10:57 pm IST

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ବରିଷ୍ଠ ଅଧିକାରୀମାନେ ଆସିବା ପରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଆଦଳ ବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରସାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

1-ପରାଗ ଗୁପ୍ତା-  ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଆଇଏଏସ କ୍ୟାଡ଼ର ଅନୁଯାୟୀ, ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦବୀ ଓ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି  ।

2-ସୁରେନ୍ଦ୍ର କୁମାର- ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଓ ସିଡ଼ିଏ ଅଧ୍ୟକ୍ଷ ଥିବାବେଳେ ତାଙ୍କୁ ଓଏମସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

3-ଜି ମାଥିଭାଥନନ-ଗୃହ ଓ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ତାଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

4-ମାନସି ନିମ୍ବାଲ- ଓଡିଶା ରାଜ୍ୟ କୃଷି ପରିଚାଳନା ବୋର୍ଡ ସଦସ୍ୟ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ପୂର୍ବଭଳି ଟିଡ଼ିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ । ଓଏସଏମ ବୋର୍ଡ ସଦସ୍ୟ ସଚିବ ପଦବୀ ଓ ଦାୟିତ୍ୱ ଯୁଗ୍ମ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି  ।

5- ଡକ୍ଟର ୟେଦୁଲ୍ଲା ବିଜୟ-ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଥିବାବେଳେ ତାଙ୍କୁ ଓରେଡ଼ାର ଚିଫ ଏକଜିକ୍ୟୁଟିଭ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Related posts