ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1284କୁ ବୃଦ୍ଧି

Published: Oct 28, 2020, 11:34 am IST

ଭୁବନେଶ୍ବର : ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ ସମ୍ବଲପୁର, କଟକ ଓ ଗଞ୍ଜାମ, ସୁନ୍ଦରଗଡ, ପୁରୀ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1284କୁ ବୃଦ୍ଧି ହୋଇଛି ।

ନୂଆପଡାରୁ 22 ବର୍ଷୀୟ ଓ 55 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 59 ବର୍ଷୀୟ, 77 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 70 ବର୍ଷୀୟ ମହିଳା, 58 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି କଟକରୁ 35 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 63 ବର୍ଷୀୟ, ସମ୍ବଲପୁରରୁ 59 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 59 ବର୍ଷୀୟ ଆକ୍ରାନ୍ତ,, ପୁରୀରୁ 80 ବର୍ଷୀୟ ଆକ୍ରାନ୍ତ, ସୁନ୍ଦରଗଡରୁ 80 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Related posts