ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ନୂତନ ରଙ୍ଗ ଦେଲା ବରିଷ୍ଠ ନାଗରିକ ମଂଚ

Published: Oct 28, 2020, 10:45 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଂଚର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଟାଉନ୍‌ହଲ୍ ନିକଟସ୍ଥ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଦେବା ସହ ସଫାସୁତୁରା କରାଯାଇଛି। ସେହିଭଳି ଗାନ୍ଧିନଗର ସ୍ଥିତ ମଧୁବାବୁଙ୍କ ଓ ଗାନ୍ଧୀ ପ୍ରତିମୂର୍ତ୍ତି ସଫେଇ ମଧ୍ୟ କରାଯାଇଥିଲା। ଏଥିରେ ସର୍ବଶ୍ରୀ ବିଜୟ ବେହେରା, କିଶୋର ଚନ୍ଦ୍ର ବ୍ରହ୍ମା, ଲିଙ୍ଗରାଜ ମହାପାତ୍ର, ବିପ୍ରଚରଣ ଦଳାଇ, ଚିତ୍ରକର ଦିଗମ୍ବର ଜେନା, କାଶୀନାଥ ପାତ୍ର ସହଯୋଗ କରିଥିଲେ।

ଏହି ଅବସରରେ ଟ୍ରାଫିକ୍ ଥାନା-ଏସ୍‌.ବି.ଆଇ-ଖଲିକୋଟ କଲେଜ ଓ କଂଗ୍ରେସ କାର୍ଯ୍ୟାଳୟଠାରୁ ନେତାଜୀଙ୍କ ପ୍ରତିମୂର୍ତ୍ତି ସଂଯୋଗ କରୁଥିବା ଛକକୁ ନେତାଜୀ ଛକ ନାମରେ ନାମିତ କରିବାକୁ ଦାବି ହୋଇଥିଲା। ଆଗାମୀ ଦିନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା, ଆଲୋକୀକରଣ, ପ୍ରତିମୂର୍ତ୍ତି ଚାରିପାଖରେ ବିଜ୍ଞାପନକୁ ବନ୍ଦ କରିବାକୁ ମଧ୍ୟ ଦାବି ହୋଇଥିଲା। ଏହି କାର୍ଯ୍ୟକମରେ ସହରର ବୁଦ୍ଧିଜୀବୀ ଏବଂ ଶିକ୍ଷକମାନେ ସହଯୋଗ କରିଥିବାରୁ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Related posts