![Jet Airways founder Naresh Goyal to quit as Chairman today](https://thesamikhsya.com/odia/wp-content/uploads/2019/03/nareshgoyal-kPe-621x414@LiveMint.jpg)
ଜେଟ ଏୟାରଓ୍ବେଜ୍ର ଚେୟାରମ୍ୟାନ୍ ପଦବୀରୁ ଅବସର ଗ୍ରହଣ କରିଛନ୍ତି ଏହାର ପ୍ରତିଷ୍ଠାତା ନରେଶ ଗୋୟଲ। ନିଜ ଦ୍ବାରା ୨୫ ବର୍ଷ ତଳେ ଏହି କମ୍ପାନୀକୁ ନିଜ ପତ୍ନୀ ଅନୀତା ଗୋୟଲଙ୍କ ସହ ମିଶି ପ୍ରତିଷ୍ଠା କରିଥିଲେ। ନରେଶଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କମ୍ପାନୀର ବୋର୍ଡରୁ ଓହରି ଯାଇଛନ୍ତି। ନିକଟ କିଛି ମାସ ଧରି ଏହି ବିମାନ ଚଳାଚଳ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ନିକଟରେ ମାର୍ଚ୍ଚ ୩୧ ପରଠାରୁ ପାଉଣା ନମିଳିଲେ ଶାନ୍ତିପୂର୍ଣ୍ଣ ଆନ୍ଦାେଳନରେ ବସିବେ ବୋଲି ପାଇଲଟ୍ ମାନେ ଧମକ ଦେଇଥିଲେ। ନିକଟରେ ୧୩ଟି ରୁଟ୍ରେ ନିଜର ବିମାନ ଚଳାଚଳ ସେବା ବନ୍ଦ କରିଥିଲା ଏହି ବିମାନ ଚଳାଚଳ କମ୍ପାନୀ। ଏଟିହାଡ ଏୟାରଲାଇନ୍ସ ଏହି କମ୍ପାନୀରେ ନିବେଶ କରିବାକୁ ମନା କରିଦେବା ପରେ ଗାେୟଲଙ୍କ ଉପରେ ଚାପ ବଢିଥିଲା। ଏହା ମଧ୍ୟରେ ଅନ୍ୟ କୌଣସି ନିବେଶକ ସାମ୍ନାକୁ ନ ଆସିବାରୁ ଗୋୟଲ ବାଧ୍ୟ ହୋଇ ନିଜ ପଦବୀରୁ ଓହରିଛନ୍ତି।
Tags: nareshgoyel, theasamikhsya