ପ୍ରାକୃତିକ ବପର୍ଯ୍ୟୟ ପ୍ରଶମନ ଦିବସରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା

Published: Oct 29, 2020, 10:26 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ କୋଭିଡ଼୍ କଟକଣା ହେତୁ ସାରା ରାଜ୍ୟରେ ଅକ୍ଟୋବର ୨୯ରେ ପାଳନ ହେଉଥିବା ପ୍ରାକୃତିକ ବପର୍ଯ୍ୟୟ ପ୍ରଶମନ ଦିବସ ଆଜି ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓମାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନର ତାତ୍ପର୍ଯ୍ୟ ସପଂର୍କରେ ଅବଗତ କରାଇଥିଲେ। ଗଂଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏଥିରେ ଅଂଶଗ୍ରହଣ କରିଥିଲେ। ଗଂଜାମ ଜିଲ୍ଲା ପ୍ରାକୃତିକ ବପର୍ଯ୍ୟୟକୁ ସଠିକ୍ ରୂପେ ପରିଚାଳନା କରୁଥିବାରୁ ଗଂଜାମ ଜିଲ୍ଲାପାଳଙ୍କୁ ପ୍ରଶଂସା କରାଯାଇଥିଲା।

ଗଂଜାମ ଜିଲ୍ଲାରେ ୧୯୯୦, ୧୯୯୫, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୦୯ ମସିହାରେ ହୋଇଥିବା ବନ୍ୟା, ୧୯୯୬, ୨୦୦୨, ୨୦୦୯, ୨୦୧୧, ୨୦୧୫ ମସିହାରେ ଅନାବୃଷ୍ଟି ମରୁଡ଼ି, ୧୯୯୯ ମହାବାତ୍ୟା, ୨୦୧୦ ଘୂର୍ଣ୍ଣିବାତ୍ୟା, ୨୦୧୨ ବନ୍ୟା, ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ଼୍‌ହୁଡ଼୍‌, ୨୦୧୯ରେ ହୋଇଥିôବା ଫନିକୁ ମନେ ପକାଇ ଏହାର ମୁକାବିଲା କିଭଳି କରାଯାଇଥିଲା ସେ ସଂପର୍କରେ ଆଜିର ଦିବସରେ ଆଲୋକପାତ କରାଯିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅବଗତ କରାଇଥିଲେ। ଏହି ବୈଠକରେ ଓସ୍‌ଡ଼ମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ।

Related posts