ସକାଳେ ଖାଲି ପେଟରେ ଚା ପିଉଛନ୍ତି କି ? ଜାଣନ୍ତୁ ଏହା ଦ୍ବାରା ଶରୀରରେ କଣ ହୋଇପାରେ

Published: Oct 30, 2020, 7:40 am IST

ନୂଆଦିଲ୍ଲୀ, ସକାଳୁ ଉଠିବା ମାତ୍ରେ ଆମେ ଯାହା ପ୍ରଥମେ ଖୋଜପଛୁ ତାହା ହେଉଛି ଚା। ପ୍ରାୟ ସମସ୍ତଙ୍କର ସକାଳେ ଚା ପିଇବାର ଅଭ୍ୟାସ ଅଛି। ଅନେକ ଲୋକଙ୍କ ଅଭ୍ୟାସ ଏପରି ଯେ ସେମାନେ ଯଦି ସକାଳେ ଏକ କପ୍ ଚା ପିଉ ନାହାଁନ୍ତି, ତେବେ ଦିନସାରା ସେମାନଙ୍କ ମୁଣ୍ଡ ବିନ୍ଧା ହୁଏ। କିନ୍ତୁ ଆପଣ ଜାଣନ୍ତି କି ସକାଳେ ଖାଲି ପେଟରେ ଚା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତି କାରକ। ଜାଣନ୍ତୁ ତାହା କଣ

1-ଚା’ରେ ପ୍ରଚୁର ନିକୋଟିନ୍ ଥାଏ, ଯାହା ନିଦ ଆସିବାରେ ସମସ୍ୟା ସୃଷ୍ଟି କରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତି କାରକ।

2-ଚା’ରେ ଅଧିକ ପରିମାଣର ନିକୋଟିନ୍ ଥିବାରୁ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ପେଟରେ ଅଲସର ପରି ବେମାର ସୃଷ୍ଟି ହୋଇପାରେ।

3-ଯଦି ଆପଣ ସକାଳେ ଖାଲି ପେଟରେ ଚା ପିଅନ୍ତି, ତେବେ ଏହା ଅମ୍ଳତା ଏବଂ ଶରୀରେ ସୁଗାର ସୃଷ୍ଟି କରିଥାଏ।

4-ସକାଳେ ଖାଲି ପେଟରେ ଚିନି ଯୁକ୍ତ ଚା ପିଇବା ଦ୍ୱାରା ଡାଇବେଟିସ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି।

Related posts