
ବ୍ରିଟିସ୍ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍ଙ୍କୁ କାର୍ କମ୍ପାନି ଏମ୍ଜି (ମୋରିସ୍ ଗ୍ୟାରେଜ୍ସ) ଇଣ୍ଡିଆ ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିଛି। ଏହି ଖ୍ୟାତନାମା ଅଭିନେତା ଜଣକ ବିଭିନ୍ନ ଲୋକପ୍ରିୟ ଟିଭି ସୋ ଏବଂ ସିନେମାରେ ଅଭିନୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ବରବ୍ୟାଚ୍ କହିଛନ୍ତି, ଏମ୍ଜି ଏକ କ୍ଲାସିକ୍ ଓ ପ୍ରତିଷ୍ଠିତ ବ୍ରାଣ୍ଡ୍ ଭାବେ ସ୍ବୀକୃତି ମିଳିଛି । ଭାରତରେ ନୂଆ ଏମ୍ଜି ସହିତ ନିଜକୁ ସାମିଲ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଏମ୍ଜି ଇଣ୍ଡିଆର ଏମଡି ତଥା ସିଇଓ ରାଜୀବ ଚାବା କହିଛନ୍ତି, ମୋରିସ୍ ଗ୍ୟାରେଜ୍ସ ସହିତ ବେନେଡିକ୍ଟଙ୍କର ଅନେକ କିଛି ସାମଞ୍ଜସ୍ୟ ରହିଛି। ଏଥିଯୋଗୁ ବେନେଡିକ୍ଟଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ଚାବା କହିଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ମୋରିସ ଗ୍ୟାରେଜ୍ ଭାରତରେ ବୈଦୁ୍ୟତିକ କାର ନିର୍ମାଣ ପାଇଁ ଓଲା ଏବଂ ହ୍ୟୁଣ୍ଡାଇ ମୋଟର୍ସ ସହିତ ୩୦୦ କୋଟିର ଏକ ରାଜିନାମା ସ୍ବାକ୍ଷର କରିଥିଲା ।
Tags: mg garages, thesaimkhsya