ଅନୁଭୂତ ହେଲାଣି ଶୀତ : ଚାରି ସହରର ତାପମାତ୍ରା 15 ଡିଗ୍ରୀ ତଳେ

Published: Oct 30, 2020, 10:39 am IST

ଭୁବନେଶ୍ବର : ମୌସୁମୀ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ ଗତ 4ରୁ 5 ଦିନ ହେବ ରାଜ୍ୟରେ ଟିକେ ଟିକେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନସ୍ଥାନରେ ଶୀତ ଅନୁଭୂତ ହେଉଥିବାବେଳେ ବହୁ ସ୍ଥାନରେ ତାପମାତ୍ରା କମିଛି । ରାଜ୍ୟରେ 4 ସହରର ତାପମାତ୍ରା  15  ଡିଗ୍ରୀ ତଳେ ରହିଛି । 12.8 ଡିଗ୍ରୀ  ସହ ସୋନପୁର ସବୁଠୁ ଥଣ୍ଡା ସହର ଚିହ୍ନଟ ହୋଇଛି। ଅନୁଗୁଳ 13.8 ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ଓ ଦାରିଙ୍ଗିବାଡିରେ 14 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 19.8 ଡିଗ୍ରୀ ରହିଛି ।କଟକ ତାପମାତ୍ରା 20 ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢିବ ।

Related posts