ଆଜି ରାଜ୍ୟରୁ ଆରୋଗ୍ୟ ଲାଭ ଆଉ ୧ ହଜାର ୯୧୧ ଜଣ କରୋନା ଆକ୍ରାନ୍ତ

Published: Oct 31, 2020, 7:27 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୯୧୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୪୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୫୩, ବଲାଙ୍ଗିରିରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡିରୁ ୭୮, ନୂଆପଡ଼ାରୁ ୭୬, ବାଲେଶ୍ବରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡରୁ ୬୩, କେନ୍ଦ୍ରାପଡାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦, ଢେଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡାରୁ ୧୬, ଗଜପତିରୁ ୮, ଦେବଗଡରୁ ୯, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୫ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬ ମଧ୍ୟରୁ ୧୨ ହଜାର ୯୯୪ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts