ଚେନ୍ନାଇ : ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏବେସୁଦ୍ଧା 1 ଲକ୍ଷ 22 ହଜାରରୁ ଅଧିକ ଆକ୍ରାନ୍ତ ଜୀବନ ହାରିଲେଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଅଭିନେତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ।
ଗତ 13 ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । (ଏଜେନ୍ସି)