ସାତମାସ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ 258 ପର୍ଯ୍ୟଟକ

Published: Nov 1, 2020, 5:01 pm IST

ବାରିପଦା, କରୋନା ପାଇଁ ଦର୍ଘ ସାତମାସ ଧରି ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ବହୁ କଟକଣା ଭିତରେ ଖୋଲିଛି। ପ୍ରଥମ ଦିନରେ 258 ଜଣ ପର୍ଯ୍ୟଟକ 40ଟି ଯାନରେ ଅଭୟାରଣ୍ୟ ଭିତରେ ପଶିଛନ୍ତି। ଏହି ପର୍ଯ୍ୟଟକମାନେ ଦୁଇଟି ପ୍ରବେଶ ପଥ ମାଧ୍ୟମରେ ଭିତରକୁ ପ୍ରବେଶ କରିଛନ୍ତି। 25ଟି ଯାନରେ 175 ଜଣ ପିଠବାଟ, 83 ଜଣ 15ଟି ଯାନରେ କାଳିଆନି ପ୍ରବେଶ ପଥ ଦେଇ ପ୍ରବେଶ କରିଛନ୍ତି।

ପ୍ରବେଶ ପଥରେ ଏହି ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କାନ କରାଯିବ ସହିତ ସାନିଟାଇଜ କରାଯାଇଥିଲା। ଆଜି ଖୋଲାଯିବାର ଜଣାଥିବାରୁ ପର୍ଯ୍ୟଟକମାନେ ସକାଳୁ ଲମ୍ବା ଲାଇନରେ ଛିଡା ହୋଇଥିଲେ। ସେହି ସମୟରେ ସେମାନଙ୍କୁ ସାନିଟାଇଜ କରାଯାଇଥିଲା। ଏଥିସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Related posts