Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିତ୍ୟକ୍ତ କୁଅରେ ପଡିଲା ହାତୀ ଛୁଆ ; ବନବିଭାଗ କଲା ଉଦ୍ଧାର
ଆଜିର ଖବର

ପରିତ୍ୟକ୍ତ କୁଅରେ ପଡିଲା ହାତୀ ଛୁଆ ; ବନବିଭାଗ କଲା ଉଦ୍ଧାର

November 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲରେ ଦିନକୁ ଦିନ ହାତୀ ପ୍ରାଦୁର୍ଭାବରେ ଲୋକମାନେ ଅତିଷ୍ଠ ହୋଇପଡୁଥିବା ବେଳେ ବହୁ ଧନ ଜୀବନ ତଥା ଫସଲ ହାନୀ ହେଉଛି । ଏ ଦିଗରେ ବନ ବିଭାଗ ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି । କେଉଁଠି ହାତୀକୁ ମଣିଷ ମାରୁଛି ତ ଆଉ କେଉଁଠି ହାତୀ ମଣିଷକୁ ମାରୁଛି । ଏପରିକି ହାତୀ ମାନେ ପରିତ୍ୟକ୍ତ କୁଅରେ ପଡୁଛନ୍ତି । ଏଭଳି ଏକ ଘଟଣା  ଘଟିଛି ଗତକାଲି ରାତି ୮ ଟାରେ ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ ଅଧିନସ୍ଥ କୁକୁଡାବାହାଳୀ ପଂଚାୟତର ବଡକଷିବାହାଳ ଗ୍ରାମରେ ।

ପ୍ରକାଶ ଯେ , ବଡକଷିବାହାଳ ଗ୍ରାମରେ ପାଖାପାଖି ରାତି ୮ ଟାରେ ଗ୍ରାମର ଜଙ୍ଗଲ ସନ୍ନିକଟ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ଛୋଟ ମାଈ ହାତୀ ପଡିଯାଇଥିଲା । ବହୁ ଚେଷ୍ଟା ସତ୍ୱେ ସେ ବାହାରକୁ ଆସିବାରେ ସକ୍ଷମ ହୋଇପାରି ନ ଥିଲା । ଅନ୍ୟ ହାତୀମାନେ ବାହାରକୁ ଆଣିବାକୁ ଚେଷ୍ଟା କରି ମଧ୍ୟ ବାହାରକରି ପାରି ନଥିଲେ । ପାଖାପାଖି ୨୫ ଘର ହାତୀ ସେଇ କୂଅ ପାଖରେ ରୁଣ୍ଡ ହୋଇ ବହୁତ ଗର୍ଜନ କଲେ । ସେ ପଟେ ବଡକଷିବାହାଳ ଗ୍ରାମବାସୀ ହାତୀର ଚିତ୍କାରରେ ଭୟଭୀତ ହେବା ସହ ଅତିଷ୍ଟ ହୋଇ ପଡିଥିଲେ । ବନ ବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ ହେଲେ ବହୁ ବିଳମ୍ବରେ ବନ ବିଭାଗ ସେଠାକୁ ପହଂଚି ହାତୀ ଛୁଆଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଘଟଣା ସ୍ଥଳରେ ରେଢାଖୋଲ ଡିଏଫ୍‌ଓ , ରେଢାଖୋଲ ଥାନାଧିକାରୀ ଏବଂ ଦମକଳ ବାହିନୀ ଉପସ୍ଥିତ ଥିଲେ ।

ଦୀର୍ଘ ୨୯ ଦିନ ହେଲା କୁକୁଡାବାହାଳି , ବଡ କଷିବାହାଳ , କୁହ୍ଲମହ୍ଳିଆ, ସାନନୂଆଁପଡା , ଶିଶୁପର୍ଣ ଆଦି ଗ୍ରାମରେ ହାତୀମାନଙ୍କର ଆତଙ୍କରାଜ ଚାଲିଛି । ବହୁ ଧାନ ଫସଲ ନଷ୍ଟ କରି ଦେଉଛନ୍ତି । ଏ ଦିଗରେ ଜଙ୍ଗଲ ବିଭାଗ ସେତେଟା ଧ୍ୟାନ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେତିକି ପରିମାଣର ଧାନ ଫସଲ ନଷ୍ଟ ହେଉଛି ଜଙ୍ଗଲ ବିଭାଗର କ୍ଷତି ପୂରଣ ସମୁଦ୍ରକୁ ଶଙ୍ଖେ ଭଳି । ଯା ଫଳରେ ଏଠାକାର ଗ୍ରାମବାସୀ ବହୁତ କ୍ଷତି ସହୁଛନ୍ତି ଦାନ ଚାଷ କରି । ସରକାର ଉଚିତ୍ କ୍ଷତିପୂରଣ ଦେବାକୁ ଗ୍ରାମବାସୀମାନେ ଦାବୀ କରୁଛନ୍ତି । ହାତୀକୁ ଘଉଡାଇବାକୁ ମଧ୍ୟ ଅଂଚଳବାସୀ ଦାବୀ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Latest News

SIR ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି: ୧୭ ଟି ରାଜ୍ୟ ପାଇଁ ନେଲେ ଏହି ପଦକ୍ଷେପ

October 15, 2026

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.