ଦୁଇଟି ଆନ୍ତଃରାଜ୍ୟ ଟ୍ରେନକୁ ଛଅ ଦିନ ପାଇଁ କରାଗଲା ବାତିଲ, ଜାଣନ୍ତୁ କାହିଁକି

Published: Nov 1, 2020, 6:49 pm IST

ଭୁବନେଶ୍ବର, ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେ ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ –

ଟ୍ରେନର ବାତିଲ୍:

୦୨୮୮୭/୦୨୮୮୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ ୩ ନଭେମ୍ବର ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨ ନଭେମ୍ବର ରୁ ୭ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ୨ ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ଦୁର୍ଗ ଠାରୁ ୩ ରୁ ୯ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍ ରହିବ।

Related posts